ଡାଲି ଚାଷକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ : ୨୦୨୩-୨୪ରେ ୪ ଲକ୍ଷ ହେକ୍ଟର ଜମିରେ ଚାଷ | News Room Odisha

ଡାଲି ଚାଷକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ : ୨୦୨୩-୨୪ରେ ୪ ଲକ୍ଷ ହେକ୍ଟର ଜମିରେ ଚାଷ

ଭୁବନେଶ୍ବର- ରାଜ୍ୟରେ ଡାଲି ଜାତୀୟ ଚାଷକୁ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ୨୦୨୩ – ୨୪ ବର୍ଷରେ ୪ ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଚାଷ ପାଇଁ ଯୋଜନା କରାଯାଇଛି। ଏଥିପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ୩୦ ଜିଲ୍ଲାକୁ ଏଥିରେ ସାମିଲ କରାଯିବ। ଯେଉଁଠି ଡାଲି ଜାତୀୟ ଚାଷର ଭଲ ଉତ୍ପାଦନ ହେଉଛି, ସେହି ସ୍ଥାନକୁ ପ୍ରାଥମିକତା ଦିଆଯିବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ ବିଧାନସଭାରେ କହିଛନ୍ତି।

ଦିନ ଥିଲା ଓଡ଼ିଶା ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନକୁ ଆସିବା ପରେ ସ୍ଥିତି ବଦଳିଛି। ଓଡ଼ିଶା ଚଳିତବର୍ଷ ରେକର୍ଡ ଚାଉଳ ଉତ୍ପାଦନ କରିଛି। ହେଲେ ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ରାଜି ହେଉନାହିଁ। ଯେଉଁଥିପାଇଁ ଚାଷ ବିବିଧକରଣ ଜରିଆରେ ଡାଲି ପରି ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ୩୦ ଜିଲ୍ଲାରେ ଡାଲି ଚାଷୀମାନଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି। ଡାଲି ଚାଷ ପାଇଁ ୫୦ ପ୍ରତିଶତ ରିହାତିରେ କୀଟନାଶକ ଦିଆଯାଉଛି। ନୂତନ ବିହନ ଓ ପିଡିଆ ବି ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।