ଘାଟିରେ ସ୍କୁଲ ବସ ଓଲଟି ଖେଳ ଶିକ୍ଷକ ମୃତ, ୨୦ରୁ ଅଧିକ ଛାତ୍ର ଛାତ୍ରୀ ଆହତ | News Room Odisha

ଘାଟିରେ ସ୍କୁଲ ବସ ଓଲଟି ଖେଳ ଶିକ୍ଷକ ମୃତ, ୨୦ରୁ ଅଧିକ ଛାତ୍ର ଛାତ୍ରୀ ଆହତ

ନବରଙ୍ଗପୁର – ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଏକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଖେଳ ଶିକ୍ଷକଙ୍କ ମୃତ୍ୟୁ ହେବା ସହ ୨୦ରୁ ଅଧିକ ସ୍କୁଲ ପିଲା ଆହତ ହୋଇଛନ୍ତି। ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଯୋଗ ଦେବାକୁ ଯାଉଥିବା ବେଳେ ଚନ୍ଦାହାଣ୍ଡି ଘାଟିରେ ବସଟି ଓଲଟି ପଡିଥିଲା। ଦୁର୍ଘଟଣାରେ ଉମରକୋଟ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର କ୍ରୀଡା ଶିକ୍ଷକ ପ୍ରଭାସ ଜେନାଙ୍କ ମୃତ୍ୟୁ ହୋଇଛି । ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଝରିଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସ୍କୁଲ୍‌ ବସ୍‌ଟି ଉମରକୋଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚନ୍ଦାହାଣ୍ଡିଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଯୋଗ ଦେବାକୁ ଯାଉଥିଲା। ଭାରସାମ୍ୟ ହରାଇ ବସଟି ଘାଟିରେ ଓଲଟି ପଡ଼ିଥିଲା।