ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇ ପ୍ରାଣ ହରାଇଲେ ଝାଡଖଣ୍ଡ ସିଏମଓ କର୍ମଚାରୀ | News Room Odisha

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇ ପ୍ରାଣ ହରାଇଲେ ଝାଡଖଣ୍ଡ ସିଏମଓ କର୍ମଚାରୀ

ପୁରୀ – ପୁରୀ ସମୁଦ୍ରରେ ଗାଧେଇବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି ଯୁବକ। ମୃତ ଯୁବକ ଜଣକ ହେଉଛନ୍ତି ଝାଡ଼ଖଣ୍ଡର ବିଶାଲ ଓରାମ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସେ କାର୍ଯ୍ୟରତ ଥିଲେ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୨୧ଜଣଙ୍କ ସହ ସେ ପୁରୀ ବୁଲିବାକୁ ଆସିଥିଲେ । ଆଜି ଅପରାହ୍ନରେ ବେଳାଭୂମିରେ ଗାଧୋଇବା ସମୟରେ ସେ ଭାସି ଯାଇଥିଲେ। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ରେସକ୍ୟୁ ଅପରେସନ କରାଯାଇଥିଲା । ହେଲେ ଉଦ୍ଧାର ହେବା ବେଳକୁ ସେ ମୃତ ଥିବା ଜଣାପଡିଥିଲା ।