ଘାଟିରୁ ଖସିଲା ସ୍କୁଟି, ତିନି ଆରୋହୀଙ୍କ ମୃତ୍ୟୁ | News Room Odisha

ଘାଟିରୁ ଖସିଲା ସ୍କୁଟି, ତିନି ଆରୋହୀଙ୍କ ମୃତ୍ୟୁ

କୋରାପୁଟ – କୋରାପୁଟ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନାରାୟଣପାଟଣା ଲଙ୍ଗଳବେଡା କେତେଲା ଘାଟିରୁ ସ୍କୁଟି ଖସି ପଡ଼ିବାରୁ ଏଥିରେ ବସିଥିବା ତିନିଜଣଙ୍କର ମୃତ୍ୟୁ ହୋଇଛି । ମୃତକ ୩ ସ୍କୁଟି ଆରୋହୀ ଆନ୍ଧ୍ର ପ୍ରଦେଶର ବୋଲି ଜଣାପଡିଛି। ମୃତକମାନେ ଗୋଟିଏ ପରିବାରର।

ସୂଚନା ଅନୁସାରେ ସ୍କୁଟିରେ ତିନି ଜଣ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବିରାଟ ପଥରରେ ପିଟି ହୋଇଯାଇଥିଲା ସ୍କୁଟି । ଏଥିଯୋଗୁଁ ତିନି ଆରୋହୀ ଦୁଇଶହ ମିଟର ତଳକୁ ଛିଟିକି ପଡ଼ିଯାଇଥିଲେ। ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା ତିନି ଜଣ ଯୁବକଙ୍କ ଜୀବନ। ମୃତ ଯୁବକ ହେଲେ ଆନ୍ଧ୍ର ପ୍ରଦେଶର ଜୟ ରାଜୁ , ମାରି ଶିବା ଓ ମାଲିକା ବାଲରାଜୁ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କୁଟିଟି ଚୁରମାର ହୋଇଯାଇଥିଲା। ଖବର ପାଇ ସ୍ଥାନୀୟ ପୋଲିସ ଆମ୍ବୁଲାନ୍ସ ନେଇ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଉଦ୍ଧାର କାର୍ଯ୍ୟ ଦୀର୍ଘ ଏକ ଘଣ୍ଟା ସମୟ ଲାଗିଥିଲା।