ଏସୀୟ କ୍ରୀଡା ସୁଟିଂରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ | News Room Odisha

ଏସୀୟ କ୍ରୀଡା ସୁଟିଂରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ହାଙ୍ଗଝୁ – ଏସୀୟ କ୍ରୀଡାରେ ଆଜି ଭାରତକୁ ମିଳିଛି ଆଉ ଏକ ସୁଟିଂ ସ୍ୱର୍ଣ୍ଣ। ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଛି । ସରବଜତ୍ ସିଂହ , ଶିବା ନରୱଲ ଓ ଅର୍ଜୁନ ସିଂହ ଚିମାଙ୍କୁ ନେଇ ଗଠିତ ଭାରତୀୟ ଟିମ୍ ଏହି ଇଭେଣ୍ଟରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଆଜି କ୍ରୀଡାର ପଞ୍ଚମ ଦିନରେ ଉସୁରେ ଭାରତକୁ ରୌପ୍ୟ ପଦକ ମଧ୍ୟ ମିଳିଛି । ମହିଳା ୬୦ କିଲୋଗ୍ରାମ ଉସୁରେ ବିଭାଗରେ ଭାରତର ରୋସିବିନା ଦେବୀ ରୌପ୍ୟ ପଦକ ହାସଲ କରିଛନ୍ତି।