ହାଙ୍ଗଝୁ ଏସୀୟ କ୍ରୀଡା : ପୁରୁଷ ୫୦ ମିଟର ରାଇଫଲ ଥ୍ରୀପି ଟିମ୍ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ | News Room Odisha

ହାଙ୍ଗଝୁ ଏସୀୟ କ୍ରୀଡା : ପୁରୁଷ ୫୦ ମିଟର ରାଇଫଲ ଥ୍ରୀପି ଟିମ୍ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ

ହାଙ୍ଗଝୁ – ହାଙ୍ଗଝୁ ଏସୀୟ କ୍ରୀଡାରେ ଆଜି ଭାରତକୁ ଆଉ ଗୋଟିଏ ସୁଟିଂ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର, ସ୍ବପ୍ନିଲ କୁଶାଲେ ଓ ଅଖିଲ ସେରାଓନ ଭାରତ ପାଇଁ ଏହି ସ୍ୱର୍ଣ୍ଣିମ ସଫଳତା ହାସଲ କରିଛନ୍ତି।

ଆଜି ମହିଳା ବିଭାଗ ସୁଟିଂରେ ମଧ୍ୟ ଭାରତକୁ ଏକ ପଦକ ମିଳିଛି। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତୀୟ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି।