ସ୍ୱର୍ଣ୍ଣ ବିଜୟୀ ଭାରତୀୟ ୫୦ ମିଟର ଏୟାର ରାଇଫଲ ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ  | News Room Odisha

ସ୍ୱର୍ଣ୍ଣ ବିଜୟୀ ଭାରତୀୟ ୫୦ ମିଟର ଏୟାର ରାଇଫଲ ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ 

ଭୁବନେଶ୍ୱର – ଏସୀୟ କ୍ରୀଡାର ପୁରୁଷ ୫୦ ମିଟର ଏୟାର ରାଇଫଲ ଥ୍ରୀପି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସୁଟର ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର, ସ୍ୱପ୍ନିଲ କୁଶାଲେ ଓ ଅଖିଲ ଶେରାଓନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କ୍ରୀଡା କ୍ୟାରିୟରରେ ସେମାନେ ଆହୁରି ନୂଆ ସୋପାନ ଚଢି ଦେଶକୁ ଗର୍ବିତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି। ସେମାନଙ୍କ ଭବିଷ୍ୟତର ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।