ନିଆଁ ଲାଗି ଲୁଗା ଦୋକାନ ପାଉଁଶ  | News Room Odisha

ନିଆଁ ଲାଗି ଲୁଗା ଦୋକାନ ପାଉଁଶ 

କଟକ – କଟକ ଚୌଧୁରୀ ବଜାରରେ ଥିବା ଏକ ଲୁଗା ଦୋକାନରେ ନିଆଁ ଲାଗିଯାଇଛି। ଭୟାବହ ଅଗ୍ନିକାଣ୍ଡରେ ଦୋକାନରେ ଥିବା ଲୁଗାପଟା ସବୁ ଜଳିଯାଇଛି। ସୌଭାଗ୍ୟବଶତଃ କେହି ମୃତାହତ ହୋଇନାହାନ୍ତି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ଆଜି ସକାଳେ ଦୋକାନର ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲାଗିଯାଇଥିଲା। ପରେ ନିଆଁଟି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ମହଲାକୁ ବ୍ୟାପି ଯାଇଥିଲା। ତେବେ ନିଆଁ ବ୍ୟାପିବା ପୂର୍ବରୁ ଉପରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା।ପ୍ରବଳ ଧୂଆଁ ବାହାରୁ ଥିବାରୁ ଭିତରକୁ ଯାଇ ନିଆଁ ଲିଭାଇବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ବିଲ୍ଡିଂରେ ଲାଗିଥିବା କାଚକୁ ଭାଙ୍ଗି ସିଡ଼ି ଦ୍ୱାରା ଚଢ଼ି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି। ନିଆଁ ଲାଗିବାର କାରଣ ଜଣା ପଡ଼ି ନାହିଁ।