ଦୀର୍ଘ ଚାରି ଘଣ୍ଟା ପରେ ଲୁଗା ଦୋକାନରେ ଲାଗିଥିବା ନିଆଁ ଆୟତ୍ତ | News Room Odisha

ଦୀର୍ଘ ଚାରି ଘଣ୍ଟା ପରେ ଲୁଗା ଦୋକାନରେ ଲାଗିଥିବା ନିଆଁ ଆୟତ୍ତ

କଟକ – ଦୀର୍ଘ ଚାରି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଚୌଧୁରୀ ବଜାରରେ ଥିବା ଲୁଗା ଦୋକାନର ନିଆଁକୁ ଆୟତ୍ତ କରାଯାଇପାରିଛି। ଏବେ ବିପଦ ଆଉ ନାହିଁ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୧୦ଟି ଟିମ୍ ନିଆଁ ଲିଭାଇବା ଲାଗି ଅକ୍ଳାନ୍ତ ପ୍ରଚେଷ୍ଟା କରିଥିଲେ । ଅଗ୍ନିକାଣ୍ଡରେ ବହୁ ଲୁଗା ଓ ଅନ୍ୟାନ୍ୟ ଆସବାବପତ୍ର ଜଳିଯାଇଛି । ନିଆଁ ଲାଗିଥିବା ଦୋକାନର ପାଖାପାଖି ଅନ୍ୟ କୌଣସି ଦୋକାନକୁ ନିଆଁ ବ୍ୟାପିନାହିଁ। ଏଣେ ଘଟଣାସ୍ଥଳରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ପହଞ୍ଚି ନିଆଁ ଲିଭା କାମର ତଦାରଖ କରିଥିଲେ। ଜିଲ୍ଲାପାଳ କହିଛନ୍ତି, ଏ ଘଟଣା ପରେ ସ୍ଥାନୀୟ ଦୋକାନୀଙ୍କୁ ସଚେତନ କରାଯିବ।