ବିଜେଡିରେ ସାମିଲ ହେଲେ ମାଲକାନଗିରି ଜିଲ୍ଲା ବିଜେପି ନେତା | News Room Odisha

ବିଜେଡିରେ ସାମିଲ ହେଲେ ମାଲକାନଗିରି ଜିଲ୍ଲା ବିଜେପି ନେତା

ଭୁବନେଶ୍ୱର – ମାଲକାନଗିରି ବିଜେପିକୁ ଶକ୍ତ ଧକ୍କା। ଜିଲ୍ଲାର ଏକାଧିକ ବିଜେପି ନେତା ବିଜେଡିରେ ସାମିଲ ହୋଇଛନ୍ତି। ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ସାହୁ, କାଲିମେଳା ବ୍ଲକର ପଶୁଗୁଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମ ରବା ଏବଂ ବାଲିମେଳାର ବିଜେପି ସଦସ୍ୟ ଏନ୍‌. ଦାଶରଥି ଆଜି ଶଙ୍ଖଭବନରେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ସାମିଲ ହୋଇଛନ୍ତି ।

ସମସ୍ତଙ୍କୁ ଉପଢୌକନ ଦେଇ ସ୍ବାଗତ କରିଥିଲେ ସାଂସଦ ମାନସ ମଙ୍ଗରାଜ । ଏହି ମିଶ୍ରଣ ପର୍ବରେ ମାଲକାନଗିରି ଜିଲ୍ଲା ବିଜେଡ଼ି ସଭାପତି ମାନସ ମାଡ଼କାମୀ, ପ୍ରକାଶ ମହାନ୍ତି, ବିଜେଡ଼ି ମୁଖପାତ୍ର ଅମିତ ମଲ୍ଲିକ ଏବଂ ମାଲକାନଗିରି ଜିଲ୍ଲା ମହିଳା ବିଜେଡ଼ି ପର୍ଯ୍ୟବେକ୍ଷକ ଲୋରା ମହାପାତ୍ର ଉପସ୍ଥିତ ଥିଲେ ।