ଦିଅଁଙ୍କୁ ବି ଛାଡିଲେନି ଦୁର୍ବୃତ୍ତ, ଟାଲ୍ ସାଇ ମନ୍ଦିରରୁ ଚୋରି | News Room Odisha

ଦିଅଁଙ୍କୁ ବି ଛାଡିଲେନି ଦୁର୍ବୃତ୍ତ, ଟାଲ୍ ସାଇ ମନ୍ଦିରରୁ ଚୋରି

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଟାଲ୍ ଗ୍ରାମରେ ଥିବା ଶିରିଡ଼ି ସାଇ ମନ୍ଦିରର ଦାନ ବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଦାନବାକ୍ସରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଥିବା ନେଇ ମନ୍ଦିର ପ୍ରଶାସନ କମିଟି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।

ଆଜି ଭୋରରେ ମନ୍ଦିର ପୂଜକ ନୀତିକାନ୍ତି ପାଇଁ ମନ୍ଦିର ଆସିଥିବା ବେଳେ ତାଲା ଭାଙ୍ଗି ଟଂକାତକ ଗାଏବ୍ ଥିବା ଦେଖିବାକୁ ପାଇଥିଲେ । ଏନେଇ ପୂଜକ ମନ୍ଦିର କମିଟିକୁ ଅବଗତ କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଥାଉକି ଗତ କିଛିଦିନ ପୂର୍ବରୁ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଦାନବାକ୍ସ ଚୋରି ହୋଇଥିଲା। ଏହି ଘଟଣାରେ ପୋଲିସ ୭ଦିନ ମଧ୍ୟରେ ଦୁଇ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା ।