ଏସୀୟ କ୍ରୀଡ଼ା: ଆଥଲେଟିକ୍ସରେ ଭାରତକୁ ଦୁଇଟି ସ୍ବର୍ଣ୍ଣ | News Room Odisha

ଏସୀୟ କ୍ରୀଡ଼ା: ଆଥଲେଟିକ୍ସରେ ଭାରତକୁ ଦୁଇଟି ସ୍ବର୍ଣ୍ଣ

ହାଙ୍ଗଝୋ: ଏସୀୟ କ୍ରୀଡ଼ାରେ ଭାରତର ପଦକ ଖାତାରେ ଯୋଡି ହୋଇଛି ଆଉ ଦୁଇଟି ସ୍ବର୍ଣ୍ଣ । ଏହି ଦୁଇଟି ଯାକ ସ୍ବର୍ଣ୍ଣ ପଦକ ଆଥଲେଟିକ୍ସରୁ ଆସିଛି । ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜ୍ ଦୌଡ଼ରେ ଭାରତର ଅବିନାଶ ସାବଲେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ସାବଲେ ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ।

ଅବିନାଶ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ |

ଅବିନାଶଙ୍କ ଷ୍ଟିପଲଚେଜ୍ ସ୍ବର୍ଣ୍ଣ ପରେ ପୁରୁଷ ଶଟ୍ ପୁଟରୁ ଆସିଥିଲା ଖୁସି ଖବର। ତେଜିନ୍ଦର ପାଲ ସିଂ ଶଟ୍ ପୁଟରେ ଟାଇଟଲ ବଜାୟ ରଖି ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୩ରେ ପହଞ୍ଚାଇଥିଲେ। ତେଜିନ୍ଦର ପାଲ ସିଂ ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ।