ଗୀତା ଉପଦେଶ : ବାସ୍ତବିକ ଯୋଗୀ, ନିଜ ଆତ୍ମାକୁ ପରମାତ୍ମାଙ୍କ ସହିତ ସଂଲଗ୍ନ କରିଥାନ୍ତି | News Room Odisha

ଗୀତା ଉପଦେଶ : ବାସ୍ତବିକ ଯୋଗୀ, ନିଜ ଆତ୍ମାକୁ ପରମାତ୍ମାଙ୍କ ସହିତ ସଂଲଗ୍ନ କରିଥାନ୍ତି

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୋଗୀ କିପରି ହେବାକୁ ହୁଏ ତାହା ବୁଝାଇବାକୁ ଯାଇ କହିଛନ୍ତି :-

ସର୍ବଭୂତସ୍ଥମାତ୍ମାନଂ ସର୍ବଭୂତାନି ଚାତ୍ମନି।
ଈକ୍ଷତେ ଯୋଗଯୁକ୍ତାତ୍ମା ସର୍ବତ୍ର ସମଦର୍ଶନଃ।

ଅର୍ଥାତ ବାସ୍ତବିକ ଯୋଗୀ, ନିଜ ଆତ୍ମାକୁ ପରମାତ୍ମାଙ୍କ ସହିତ ସଂଲଗ୍ନ କରି, ସମଦୃଷ୍ଟି ସମ୍ପନ୍ନ ହୋଇ, ସମସ୍ତ ପ୍ରାଣୀଙ୍କୁ ଭଗବାନଙ୍କଠାରେ ଏବଂ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଭଗବାନଙ୍କୁ ଦେଖିଥାଆନ୍ତି।