ନକ୍ସଲଙ୍କ ବିରୋଧରେ ଏନ୍ଆଇଏ ଆକ୍ସନ୍, ଆନ୍ଧ୍ର ଓ ତେଲେଙ୍ଗାନାରେ ୬୦ରୁ ଅଧିକ ସ୍ଥାନରେ ଚଢାଉ | News Room Odisha

ନକ୍ସଲଙ୍କ ବିରୋଧରେ ଏନ୍ଆଇଏ ଆକ୍ସନ୍, ଆନ୍ଧ୍ର ଓ ତେଲେଙ୍ଗାନାରେ ୬୦ରୁ ଅଧିକ ସ୍ଥାନରେ ଚଢାଉ

ହାଇଦ୍ରାବାଦ: ଏନଆଇଏ ସୋମବାର ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ତଥା ନକ୍ସଲଙ୍କ ବିରୋଧରେ ୬୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି। ଏହି ଦୁଇ ରାଜ୍ୟରେ ନକ୍ସଲଙ୍କ ପରିସର ଏବଂ ଠିକଣାରେ ଚଢ଼ାଉ ଜାରି ରହିଛି। ଏଜେନ୍ସିକୁ ମିଳିଥିବା ଇନପୁଟ୍ ଆଧାରରେ ଏନ୍ଆଇଏ ରାଜ୍ୟ ପୋଲିସ୍ ସହିତ ପୃଥକ ଟିମ୍ ଗଠନ କରି ଆନ୍ଧ୍ରପ୍ରଦେଶର ତେଲେଙ୍ଗାନା, ଗୁଣ୍ଟୁର, ନେଲୋର ଏବଂ ତିରୁପତି ଜିଲ୍ଲାର ହାଇଦ୍ରାବାଦରେ ତଲାସି ଚାଲିଛି । ଏହିସବୁ ସ୍ଥାନଗୁଡ଼ିକରେ ଅନେକ ନାଗରିକ ଅଧିକାର କର୍ମୀଙ୍କ ଘର ମଧ୍ୟ ରହିଛି, ଯେଉଁମାନେ ନକ୍ସଲ ସମର୍ଥକଙ୍କ ବୋଲି ସନ୍ଦେହ କରାଯାଉଛି।

ଏହା ପୂର୍ବରୁ ସେପ୍ଟେମ୍ବର ୯ରେ ବି ଏନଆଇଏ ତେଲେଙ୍ଗାନା ଏବଂ ଛତିଶଗଡରେ ଚଢ଼ାଉ ବିସ୍ଫୋରକ ସାମଗ୍ରୀ, ଡ୍ରୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ନିଷିଦ୍ଧ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ସୁରକ୍ଷା ବାହିନୀ ବିରୋଧରେ ଏହି ସବୁ ସାମଗ୍ରୀ ବ୍ୟବହାର କରିବାକୁ ଠୁଳ କରିଥିଲା ବୋଲି ଅଭିଯୋଗ ହୋଇଥିଲା।