ଅଡବା ଘାଟିରେ ମିନି ବସ୍ ଦୁର୍ଘଟଣାଗ୍ରସ୍ତ: ୨୦ ଯାତ୍ରୀ ଆହତ | News Room Odisha

ଅଡବା ଘାଟିରେ ମିନି ବସ୍ ଦୁର୍ଘଟଣାଗ୍ରସ୍ତ: ୨୦ ଯାତ୍ରୀ ଆହତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଅଡବା ଥାନା ଗୁଲୁବା ନିକଟ ବାମୁଣମଲା ଘାଟିରେ ଯାତ୍ରୀବାହୀ ମିନି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ପ୍ରଥମେ ବିରିକୋଟ ଓ ପରେ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲଦିଗୁଡାରୁ ମିନି ବସଟି କିଛି ଯାତ୍ରୀଙ୍କୁ ନେଇ ମୋହନା ଆସୁଥିବା ବେଳେ ବାମୁଣମଲା ଘାଟି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ବସରେ ବସିଥିବା ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ବାସିନ୍ଦାମାନେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ।