ଦୁର୍ଘଟଣାଗ୍ରସ୍ତ ହୋଇ ବ୍ରିଜ ତଳକୁ ଝୁଲି ରହିଲା ବସ୍, ସବୁ ଯାତ୍ରୀ ସୁରକ୍ଷିତ | News Room Odisha

ଦୁର୍ଘଟଣାଗ୍ରସ୍ତ ହୋଇ ବ୍ରିଜ ତଳକୁ ଝୁଲି ରହିଲା ବସ୍, ସବୁ ଯାତ୍ରୀ ସୁରକ୍ଷିତ

ବାଙ୍କୀ – ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଲା ଯାତ୍ରୀବାହୀ ବସ୍ । ରକ୍ଷା ପାଇଗଲେ ସମସ୍ତ ଯାତ୍ରୀ। ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ବସଟି ଦୁର୍ଘଟଣାଗ୍ରସ୍ତ ହୋଇ ଜାତମୁଣ୍ଡିଆ – ସୁବର୍ଣ୍ଣପୁର ବ୍ରିଜରେ ଲଟକି ଯାଇଥିଲା । ତେବେ ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବସର ସମ୍ମୁଖ ଭାଗ ଝୁଲନ୍ତା ଅବସ୍ଥାରେ ରହିଛି ।