ଆମ ହସ୍ପିଟାଲ ଯୋଜନା ଅଧୀନସ୍ଥ ସବୁ ହସ୍ପିଟାଲ, ସ୍ୱାସ୍ଥ୍ୟକେନ୍ଦ୍ରର ସମ୍ପ୍ରସାରଣ ହେବ | News Room Odisha

ଆମ ହସ୍ପିଟାଲ ଯୋଜନା ଅଧୀନସ୍ଥ ସବୁ ହସ୍ପିଟାଲ, ସ୍ୱାସ୍ଥ୍ୟକେନ୍ଦ୍ରର ସମ୍ପ୍ରସାରଣ ହେବ

ଭୁବନେଶ୍ୱର – ଆମ ହସ୍ପିଟାଲ ଯୋଜନାରେ ଆସନ୍ତା ଚାରି ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ, ସବ୍ ଡିଷ୍ଟ୍ରିକ୍ଟ ହସ୍ପିଟାଲ, ସିଏଚସି ଓ ପିଏଚସିର ସଂପ୍ରସାରଣ ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଡିଏଚଏଚ ଯାଜପୁରର ଶଯ୍ୟା ସଂଖ୍ୟା ୩୩୦ରୁ ୪୨୦କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ସକାଶେ ଏସବୁ ପଦକ୍ଷେପ ନିଆଯାଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।