ଏସୀୟ କ୍ରୀଡ଼ା: ମହିଳା ୫୦୦୦ ମିଟରରେ ସ୍ୱର୍ଣ୍ଣ ଜିତିଲେ‌ ପାରୁଲ | News Room Odisha

ଏସୀୟ କ୍ରୀଡ଼ା: ମହିଳା ୫୦୦୦ ମିଟରରେ ସ୍ୱର୍ଣ୍ଣ ଜିତିଲେ‌ ପାରୁଲ

ହାଙ୍ଗଝୋ: ଭାରତର ପାରୁଲ ଚୌଧୁରୀ ମଙ୍ଗଳବାର ଏସୀୟ କ୍ରୀଡ଼ାରେ ମହିଳା ୫୦୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ୨୮ ବର୍ଷୀୟା ଆଥଲେଟ୍ ଅନ୍ତିମ ପର୍ଯ୍ୟାୟରେ ଶୀର୍ଷ ଦୁଇରେ ସାମିଲ ଥିଲେ । ସେ ଶେଷ ମୁହୂର୍ତ୍ତରେ ଜାପାନର ରିରିକା ହିରୋନାକାଙ୍କୁ ଅତିକ୍ରମ କରି ୧୫ ମିନିଟ୍ ୧୪.୭୫ ସେକେଣ୍ଡ ସମୟ ସହିତ ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଥିଲେ |

ଚଳିତ ଏସୀୟ କ୍ରୀଡ଼ାରେ ପାରୁଲଙ୍କ ଏହା ହେଉଛି ଦ୍ୱିତୀୟ ପଦକ | ସୋମବାର ମହିଳା ୩୦୦୦ ମିଟର ଷ୍ଟିପଲଚେଜରେ ସେ ରୌପ୍ୟ ପଦକ ଜିତିଥିଲେ ।

ଅନ୍ୟପକ୍ଷରେ ପୁରୁଷ ୮୦୦ ମିଟର ଦୌଡ଼ରେ ମହମ୍ମଦ ଆଫଜାଲ ୧ ମିନିଟ ୪୮.୪୩ ସେକେଣ୍ଡ ସହ ରୌପ୍ୟ ପଦକ ଜିତିଛନ୍ତି |

ଏହା ପୂର୍ବରୁ ଭିଥିଆ ରାମରାଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିନଥିଲେ ମଧ୍ୟ ମହିଳା ୪୦୦ ମିଟର ହର୍ଡଲ୍ସ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲେ।