ଜାଭେଲିନ ତାରକା କିଶୋର ଜେନାଙ୍କ ପାଇଁ ଦେଢ଼ କୋଟି ଟଙ୍କା ନଗଦ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ | News Room Odisha

ଜାଭେଲିନ ତାରକା କିଶୋର ଜେନାଙ୍କ ପାଇଁ ଦେଢ଼ କୋଟି ଟଙ୍କା ନଗଦ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ହାଙ୍ଗଝୁ ଏସୀୟ କ୍ରୀଡା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ଜିତିଥିବା କିଶୋର ଜେନାଙ୍କ ପାଇଁ ଦେଢ଼ କୋଟି ଟଙ୍କାର ନଗଦ ଅର୍ଥ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିଶୋର ରୌପ୍ୟ ପଦକ ଜିତିବା ସହ ପ୍ୟାରିସ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି। ଜାଭେଲିନରେ କିଶୋର ଶ୍ରେଷ୍ଠ ପ୍ରଦର୍ଶନ କରି ୮୭ ଦଶମିକ ୫୪ ମିଟର ଥ୍ରୋ କରିଥିଲେ । ଏହି ଉଲ୍ଲେଖନୀୟ ପ୍ରଦର୍ଶନ କରି କିଶୋର ଓଡ଼ିଶା ପାଇଁ ଗୋୖରବ ହାସଲ ଆଣିବା ସହ ଦେଶକୁ ଗର୍ବିତ କରିଛନ୍ତି। କିଶୋରଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ନଗଦ ଅର୍ଥ ପୁରସ୍କାର କିଶୋରଙ୍କ ପ୍ରଭାବଶାଳୀ ପ୍ରଦର୍ଶନକୁ ସ୍ୱୀକୃତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ପ୍ରଦର୍ଶନ ଦେଶର ଉଦୀୟମାନ ଆଥଲେଟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତାବର୍ଷର ଅଲିମ୍ପିକ ପାଇଁ ପ୍ରସ୍ତୁତି କରିବାକୁ କିଶୋରଙ୍କୁ ସମସ୍ତ ପ୍ରକାର ସହାୟତା ପାଇଁ ସେ ଆଶ୍ୱାସନା ଦେଇଛନ୍ତି।