ରାୟଗଡ଼ାର କଂସାରିଗୁଡାରେ ପ୍ରତିଷ୍ଠା ହେବ ଆଲୁମିନା ରିଫାଇନରୀ : ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହିଣ୍ଡାଲକୋ ସହ ଓଏମସିର ବୁଝାମଣାପତ୍ର ସ୍ବାକ୍ଷର | News Room Odisha

ରାୟଗଡ଼ାର କଂସାରିଗୁଡାରେ ପ୍ରତିଷ୍ଠା ହେବ ଆଲୁମିନା ରିଫାଇନରୀ : ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହିଣ୍ଡାଲକୋ ସହ ଓଏମସିର ବୁଝାମଣାପତ୍ର ସ୍ବାକ୍ଷର

ଭୁବନେଶ୍ୱର -ରାୟଗଡା କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ। ୮ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ବାର୍ଷିକ ୨ ମିଲିୟନ ଟନ୍ ଆଲୁମିନା ଉତ୍ପାଦନ ହେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନ କନଭେନସନ ସେଣ୍ଟରରେ ଓଏମସି ଓ ହିଣ୍ଡାଲକୋ ଏ ନେଇ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଓଏମସି ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂହ ଓ ହିଣ୍ଡାଲକୋ ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ବୁଝାମଣାପତ୍ର। ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଓ ବିକାଶ ଯାତ୍ରାରେ ଏହି ବୁଝାମଣାପତ୍ର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ କହିଛନ୍ତି। ଓଡ଼ିଶା ପୂର୍ବାଞ୍ଚଳର ଇଣ୍ଡଷ୍ଟ୍ରିଆଲ ହବରେ ପରିଣତ ହେବାକୁ ଯାଉଛି। ଏହା ଆମର ମିଶନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ସମସ୍ତେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ରିଫାଇନାରୀ ପ୍ରକଳ୍ପକୁ ସମସ୍ତ ସହାୟତା କରିବାକୁ ରାୟଗଡାବାସୀଙ୍କୁ କପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଓଏମସି କଳାହାଣ୍ଡିର କୋଡିଂଗାମାଳି ବକ୍ସାଇଟ ଖଣିରୁ ଦୀର୍ଘମିଆଦି ସୂତ୍ରରେ କଞ୍ଚାମାଲ ଯୋଗାଇବ। ପ୍ରାଥମିକ ପର୍ଯ୍ୟାୟରେ ସିଧାସଳଖ ନିଯୁକ୍ତି ପାଇବେ ୫ହଜାର। ପରେ ସମ୍ପୂର୍ଣ୍ଣ ଉତ୍ପାଦନକ୍ଷମ ହେଲେ ୭ହଜାର ନିଯୁକ୍ତି ମିଳିବ। ପରିବେଶ ଅନୁକୂଳ ରିଫାଇନାରୀ ପ୍ରତିଷ୍ଠା ହେବ। ବୁଝାମଣାପତ୍ର ଅନୁଯାୟୀ ନିଯୁକ୍ତି କ୍ଷେତ୍ରରେ ଓଡ଼ିଆଙ୍କୁ ପ୍ରାଥମିକତା ମିଳିବ।