ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ଅନୁଗୁଳ ଜିଲ୍ଲା ବିଜେଡିର ଦୁଇ ନେତା ନିଲମ୍ବିତ | News Room Odisha

ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ଅନୁଗୁଳ ଜିଲ୍ଲା ବିଜେଡିର ଦୁଇ ନେତା ନିଲମ୍ବିତ

ଭୁବନେଶ୍ୱର – ଦଳବିରୋଧୀ କାର୍ଯ୍ୟ ପାଇଁ ଆଉ ଦୁଇ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଅନୁଗୁଳ ବିଜେଡିର ଦୁଇ ନେତା । ଅନୁଗୁଳ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ସାହୁ ଓ ଜିଲ୍ଲା ବିଜୁ ଯୁବ ଜନତା ଦଳର ସମ୍ପାଦକ ଯୋଗେଶ ଭୁକ୍ତାଙ୍କୁ ନିଲମ୍ବନ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ଏ ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।