ମାଲକାନଗିରି ଜିଲ୍ଲା ବିଜେଡି କାର୍ଯ୍ୟକର୍ତ୍ତା ଘୋଷଣା | News Room Odisha

ମାଲକାନଗିରି ଜିଲ୍ଲା ବିଜେଡି କାର୍ଯ୍ୟକର୍ତ୍ତା ଘୋଷଣା

ଭୁବନେଶ୍ୱର – ମାଲକାନଗିରି ଜିଲ୍ଲା ବିଜେଡି କାର୍ଯ୍ୟକର୍ତ୍ତା ଘୋଷଣା କରାଯାଇଛି। ଦୁର୍ଗା ତ୍ରିପାଠୀଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି। ଏଥିସହ ୫ ଜଣ ଉପଦେଷ୍ଟା, ୮ଜଣ ଉପସଭାପତିଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ୧୨ଜଣ ସାଧାରଣ ସମ୍ପାଦକ, ୧୬ଜଣ ସମ୍ପାଦକ, ୧୨ ଯୁଗ୍ମ ସମ୍ପାଦକ ସହ ୯ ବ୍ଲକର ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ୨ ଜଣଙ୍କୁ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।