ପରୀକ୍ଷା ପ୍ରସ୍ତୁତି ପାଇଁ ସିଏଚଏସଇର ପଦକ୍ଷେପ : ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ କୋଶ୍ଚିନ ବ୍ୟାଙ୍କ | News Room Odisha

ପରୀକ୍ଷା ପ୍ରସ୍ତୁତି ପାଇଁ ସିଏଚଏସଇର ପଦକ୍ଷେପ : ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ କୋଶ୍ଚିନ ବ୍ୟାଙ୍କ

ଭୁବନେଶ୍ୱର – ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତି ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ )ଏକ ନୂଆ ପଦକ୍ଷେପ ନେଇଛି । ଆଗାମୀ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନ ବ୍ୟାଙ୍କ ପ୍ରକାଶ କରିଛି ପରିଷଦ ।

ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ କୋଶ୍ଚିନ୍ ବ୍ୟାଙ୍କ ପ୍ରକାଶ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି, ଗଣିତ ପ୍ରଶ୍ନପତ୍ର କୋଶ୍ଚିନ ବ୍ୟାଙ୍କରେ ଉପଲବ୍ଧ ଅଛି ।

ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିଷୟର ପ୍ରଶ୍ନପତ୍ର ପ୍ରକାଶ କରାଯିବ । ସିଏଚଏସଇ ୱେବସାଇଟ୍‌ chseodisha.nic.inରେ ପ୍ରଶ୍ନପତ୍ର ଉପଲବ୍ଧ ହେବ ।
ଏ ସଂପର୍କରେ ସମସ୍ତ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଛି ସିଏଚଏସଇ ।