ପ୍ରାତଃ ଭ୍ରମଣ ବେଳେ ଗାଡ଼ି ଧକ୍କାରେ ୩ ମୃତ | News Room Odisha

ପ୍ରାତଃ ଭ୍ରମଣ ବେଳେ ଗାଡ଼ି ଧକ୍କାରେ ୩ ମୃତ

ଭୁବନେଶ୍ୱର – ରାଜ୍ୟର ଆଜି ବିଭିନ୍ନ ସ୍ଥାନରେ ଗାଡ଼ି ଧକ୍କାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାତଃ ଭ୍ରମଣରେ ବାହାରିଥିବା ବେଳେ ଗାଡ଼ି ଧକ୍କାରେ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ କଲେଜ ଛାତ୍ର ଅଛନ୍ତି।

ବଲାଙ୍ଗିର-ପାଟଣାଗଡ଼ ରାସ୍ତାର ଗେଡ଼ାବାଞ୍ଜି ଛକ ନିକଟରେ ୪ ଜଣ ଛାତ୍ର ଓ ଯୁବକ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଏକ ପିକ୍‌ଅପ୍ ଭ୍ୟାନ୍ ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ନାଁ ପୁରୁଷୋତ୍ତମ ଭୋଇ ବୋଲି ଜଣାପଡିଛି ଓ ସେ ଜଣେ ଯୁକ୍ତ ଦୁଇ ଛାତ୍ର ।

ଅନୁଗୋଳ ଜିଲ୍ଲା ପାଲଲହଡ଼ାର ମୁକ୍ତାପୁର ଛକରେ ୪୯ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ମଧ୍ୟ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ କୌଣସି ଗାଡ଼ି ପିଟି ଦେଇଥିଲା । ଦୁଇ ମୃତକ ହେଲେ ୨୮ ବର୍ଷିୟ ସାଧୁ ସାମାଡ ଓ ୧୭ ବର୍ଷୀୟ ବାବୁଲି ।