ବାୟୁସେନା ଦିବସରେ ବାୟୁବୀରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ବାୟୁସେନା ଦିବସରେ ବାୟୁବୀରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର -ଆଜି ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ। ଏହି ଅବସରରେ ଭାରତୀୟ ବାୟୁସେନାର ନିର୍ଭୀକ ବୀରମାନଙ୍କ ସାହସ, ଉତ୍ସର୍ଗୀକୃତ ଓ ପେଷାଦାର ମନୋଭାବ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ବାୟୁ ବୀରଙ୍କ ପ୍ରତିବଦ୍ଧତା ଓ ପ୍ରାକୃତିକ ବିପର୍ଯ୍ୟୟ ବେଳେ ପ୍ରଶାସନକୁ ସହାୟତା ପାଇଁ ବାୟୁସୈନିକଙ୍କ ଅବଦାନକୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ।