ହକି ତାରକା ଦୀପଗ୍ରେସ ଏକ୍କାଙ୍କ ପାଇଁ ୫୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ  | News Room Odisha

ହକି ତାରକା ଦୀପଗ୍ରେସ ଏକ୍କାଙ୍କ ପାଇଁ ୫୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ହାଙ୍ଗଝୁ ଏସୀୟ କ୍ରୀଡା ମହିଳା ହକିରେ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳର ସଦସ୍ୟ ଦୀପଗ୍ରେସ ଏକ୍କାଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସୀୟ କ୍ରୀଡା ହକିରେ ଭାରତୀୟ ଦଳର ସଫଳ ପ୍ରଦର୍ଶନରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଦୀପଗ୍ରେସ ଏକ୍କାଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ରାଜ୍ୟର ଯୁବଗୋଷ୍ଠୀ ପାଇଁ ରୋଲ୍ ମଡେଲ ବୋଲି କହିଛନ୍ତି।

୨୮ ବର୍ଷିୟା ଦୀପଗ୍ରେସ ଏକ୍କା ସୁନ୍ଦରଗଡ଼ ଜିଲ୍ଲାର ଲୁଲକଡିହି ଗାଁ ମୂଳ ବାସିନ୍ଦା। ୨୦୧୧ ମସିହାରୁ ସେ ଭାରତୀୟ ମହିଳା ହକି ଦଳ ପାଇଁ ଖେଳି ଆସୁଛନ୍ତି । ଏ ବର୍ଷ ମେ’ ମାସରେ ସେ ନିଜର ୨୫୦ ତମ ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ।