୫ଟି ରାଜ୍ୟରେ ବାଜିଲା ନିର୍ବାଚନ ବିଗୁଲ୍ : ନଭେମ୍ବର ୭ରୁ ୩୦ ମଧ୍ୟରେ ଭୋଟ୍ ଗ୍ରହଣ, ଡିସେମ୍ବର ୩ରେ ଫଳାଫଳ | News Room Odisha

୫ଟି ରାଜ୍ୟରେ ବାଜିଲା ନିର୍ବାଚନ ବିଗୁଲ୍ : ନଭେମ୍ବର ୭ରୁ ୩୦ ମଧ୍ୟରେ ଭୋଟ୍ ଗ୍ରହଣ, ଡିସେମ୍ବର ୩ରେ ଫଳାଫଳ

ନୂଆଦିଲ୍ଲୀ – ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ନଭେମ୍ବର ୭ରୁ ୩୦ ମଧ୍ୟରେ ଭୋଟ୍ ଗ୍ରହଣ ହେବ । ଡିସେମ୍ବର ୩ ତାରିଖରେ ଭୋଟ ଗଣତି କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। କେବଳ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଅନ୍ୟ ଚାରି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ଛତିଶଗଡ଼ରେ ନଭେମ୍ବର ୭ରେ ପ୍ରଥମ ପର୍ଯ୍ୟାୟ ଓ ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ମିଜୋରାମରେ ନଭେମ୍ବର ୭, ମଧ୍ୟ ପ୍ରଦେଶ ବିଧାନସଭାର ସମସ୍ତ ଆସନରେ ନଭେମ୍ବର ୧୭, ରାଜସ୍ଥାନରେ ନଭେମ୍ବର ୨୩ ଓ ତେଲେଙ୍ଗାନାରେ ନଭେମ୍ବର ୩୦ ତାରିଖରେ ଭୋଟ ଗ୍ରହଣ ହେବ ।

୫ଟି ରାଜ୍ୟର ୬୭୯ଟି ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ପାଇଁ ୧ କୋଟି ୭୭ ଲକ୍ଷ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯିବ। ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ଏଥର ୬୦ ଲକ୍ଷ ନୂଆ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।