୫ ସହର ଓ ଅନ୍ୟ ୧୩ଟି ସହରର ୧୪୯ ଓ୍ବାର୍ଡରେ 'ଡ୍ରିଙ୍କ ଫ୍ରମ ଟ୍ୟାପ୍' ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ | News Room Odisha

୫ ସହର ଓ ଅନ୍ୟ ୧୩ଟି ସହରର ୧୪୯ ଓ୍ବାର୍ଡରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାର ତିନି ବର୍ଷ ପୂର୍ତ୍ତି ଅବସରରେ ଆଜି ରାଜ୍ୟର ଆଉ ୫ଟି ସହର ଓ ଅନ୍ୟ ୧୩ଟି ସହରର ୧୪୯ଟି ଓ୍ବାର୍ଡରେ ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର ଓ ନିମାପଡ଼ାକୁ ଆଜି ସଂପ୍ରସାରିତ ହୋଇଛି। ଏହି ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି ।