'ଆମ ଓଡ଼ିଶା ନବୀନ ଓଡ଼ିଶା' : କେନ୍ଦୁଝର, ଭଦ୍ରକ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ | News Room Odisha

‘ଆମ ଓଡ଼ିଶା ନବୀନ ଓଡ଼ିଶା’ : କେନ୍ଦୁଝର, ଭଦ୍ରକ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଅନ୍ତର୍ଗତ ଆଜି କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । କେନ୍ଦୁଝର ଜିଲ୍ଲାରେ ୧୪୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୫ ଶହ ୬୮ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଭଦ୍ରକ ଜିଲ୍ଲାରେ ୧୦୯ କୋଟି ଟଙ୍କା ବ୍ୟୟରେ ୩ ହଜାର ୩ ଶହ ୩୭ଟି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରାଯିବ ।

ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶ , ଡିଜିଟାଲ କନେକ୍ଟିଭିଟି ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ରାଜ୍ୟ ସରକାର ୪ ହଜାର କୋଟି ଟଙ୍କା ବ୍ୟୟରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା କାର୍ଯ୍ୟକାରୀ କରିବାକୁ ଏ ବର୍ଷ ଜୁଲାଇ ମାସରେ ନିଷ୍ପତ୍ତି ନେଇଥିଲେ ।