କେନ୍ଦ୍ର ସରକାରଙ୍କ ଶ୍ରମ ଶକ୍ତି ସର୍ଭେ ରିପୋର୍ଟ: ଏ ବର୍ଷ ଏପ୍ରିଲ - ଜୁନରେ ଓଡ଼ିଶାରେ ହ୍ରାସ ପାଇଛି ବେକାରି | News Room Odisha

କେନ୍ଦ୍ର ସରକାରଙ୍କ ଶ୍ରମ ଶକ୍ତି ସର୍ଭେ ରିପୋର୍ଟ: ଏ ବର୍ଷ ଏପ୍ରିଲ – ଜୁନରେ ଓଡ଼ିଶାରେ ହ୍ରାସ ପାଇଛି ବେକାରି

ଭୁବନେଶ୍ବର – କେନ୍ଦ୍ର ସରକାର ଜାରି କରିଥିବା ନିୟମିତ ଶ୍ରମ ଶକ୍ତି ସର୍ଭେ ବା ପିରିୟଡିକ ଲେବର ଫୋର୍ସ ସର୍ଭେ (ପିଏଲ୍‌ଏଫ୍‌ଏସ୍‌) ଅନୁସାରେ ୨୦୨୩ ଏପ୍ରିଲ୍-ଜୁନ୍‌ରେ ଓଡ଼ିଶାର ବେକାରି ହାର ହ୍ରାସ ପାଇଛି । ରାଜ୍ୟରେ ସବୁ ବୟସ ବର୍ଗରେ ବେକାରୀ ହାର ୬.୭ ପ୍ରତିଶତକୁ ହ୍ରାସ ପାଇଛି ବୋଲି ରିପୋର୍ଟରୁ ଜଣାପଡିଛି। ଗତବର୍ଷ ସେହି ସମୟରେ ସବୁ ବୟସ ବର୍ଗରେ ବେକାରୀ ହାର ୧୧.୫ ପ୍ରତିଶତ ଥିଲା। ମହିଳାମାନଙ୍କ କ୍ଷେତ୍ରରେ ବେକାରି ହାର ଏହି ବର୍ଷକ ମଧ୍ୟରେ ୧୭.୬ ପ୍ରତିଶତରୁ ହ୍ରାସ ପାଇ ୮.୫ ପ୍ରତିଶତ ହୋଇଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ୧୦ ପ୍ରତିଶତରୁ ହ୍ରାସ ପାଇ ୬.୨ ପ୍ରତିଶତ ହୋଇଛି।

୧୫-୨୯ ବର୍ଷ ବୟସ ବର୍ଗରେ ପୁରୁଷଙ୍କ କ୍ଷେତ୍ରରେ ବେକାରି ହାର ୨୭ ପ୍ରତିଶତରୁ ୨୦.୬ ପ୍ରତିଶତକୁ ହ୍ରାସ ପାଇଛି। ମହିଳାଙ୍କ କ୍ଷେତ୍ରରେ ସେହି ହାର ୪୪.୬ ପ୍ରତିଶତରୁ ହାସ ପାଇ ୨୭.୯ ପ୍ରତିଶତ ହୋଇଛି। ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ବେକାରି ହାର ପୁରୁଷଙ୍କ କ୍ଷେତ୍ରରେ ୯.୯ ପ୍ରତିଶତରୁ ହ୍ରାସ ପାଇ ୬.୨ ପ୍ରତିଶତ ହୋଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ସେହି ହାର ବର୍ଷକ ଭିତରେ ୧୭.୬ ପ୍ରତିଶତରୁ ହ୍ରାସ ପାଇ ୮.୫ ପ୍ରତିଶତ ହୋଇଛି। ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ବୈକାରି ହାର ହ୍ରାସ ପାଇଛି ।