ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଫୋନରେ କଥା ହେଲେ ମୋଦୀ, ଜଣାଇଲେ ସମର୍ଥନ | News Room Odisha

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଫୋନରେ କଥା ହେଲେ ମୋଦୀ, ଜଣାଇଲେ ସମର୍ଥନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଛନ୍ତି। ନେତାନ୍ୟାହୁ ତାଙ୍କୁ ଫୋନ୍ କରି ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ପ୍ଲାଟଫର୍ମ ‘ଏକ୍ସ’ରେ କହିଛନ୍ତି “ଏହି କଠିଣ ସମୟରେ ଭାରତର ଲୋକମାନେ ଇସ୍ରାଏଲ ସହ ଛିଡ଼ା ହୋଇଛନ୍ତି। ଭାରତ ସମସ୍ତ ପ୍ରକାର ଆତଙ୍କବାଦକୁ ନିନ୍ଦା କରୁଛି।”

ଏହାପୂର୍ବରୁ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରିଥିଲେ ଓ‌ ଇସ୍ରାଏଲ ପ୍ରତି ଦୃଢ଼ ସମର୍ଥନ ଜଣାଇଥିଲେ ।

ଶନିବାର ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହାମାସ୍ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ୍ ପାଲେଷ୍ଟାଇନ ଅଞ୍ଚଳରେ ବୋମା ବର୍ଷା କରିଛି। ହାମାସ୍ ଓ ଇସ୍ରାଏଲ ମଧ୍ୟରେ ଏହି ଘମାଘୋଟ ସଂଘର୍ଷରେ ଏଯାବତ୍ ୧୬୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି ।