ପଦ୍ମପୁର ରାହୁଲ ଷ୍ଟିଲରେ ଜିଏସଟି ଚଢ଼ାଉ | News Room Odisha

ପଦ୍ମପୁର ରାହୁଲ ଷ୍ଟିଲରେ ଜିଏସଟି ଚଢ଼ାଉ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ସହର ଶାସ୍ତ୍ରୀ ନଗର ସ୍ଥିତ ରାହୁଲ ଷ୍ଟିଲରେ ସିଟି ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଡେ଼ପୁଟି କମିଶନର୍ ନାଭିଦତ୍ୟ ନାୟକଙ୍କ ନେତୃତ୍ୱରେ ତିନୋଟି ଟିମ ଏକ କାଳୀନ ଘର, ଦୋକାନ ଓ ଗୋଦାମରେ ଚଢ଼ାଉ କରିଛି । ଦୀର୍ଘ ଦିନରୁ ଉକ୍ତ ଦୋକାନର ମାଲିକ ରାଜେଶ ବଂଶଲ ଜିଏସଟି ଫାଙ୍କିଥିବା ନେଇ ଅଭିଯୋଗ ଆସିଥିଲା । ଫଳରେ ଆଜି ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଉଛି । ସୁରକ୍ଷା ବ୍ୟବସ୍ଥାକୁ।ଦୃଷ୍ଟିରେ ରଖି ପୋଲିସ ମୁତୟନ ହୋଇଛନ୍ତି ।