ଟିକସ ଫାଙ୍କିବା ଅଭିଯୋଗ, ଖୁଆସ୍ ଟେକ୍ସଟାଇଲରେ ଜିଏସଟି ବିଭାଗର ଚଢ଼ାଉ | News Room Odisha

ଟିକସ ଫାଙ୍କିବା ଅଭିଯୋଗ, ଖୁଆସ୍ ଟେକ୍ସଟାଇଲରେ ଜିଏସଟି ବିଭାଗର ଚଢ଼ାଉ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ମାତା ମନ୍ଦିର ରୋଡ଼ ସ୍ଥିତ ଖୁଆସ୍ ଟେସ୍କଟାଇଲରେ ବଲାଙ୍ଗୀର ସିଟି-ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଡେ଼ପୁଟି କମିଶନର କିଶୋର ଚନ୍ଦ୍ର ମେହେରଙ୍କ ନେତୃତ୍ୱରେ ଦୁଇଟି ଟିମରୁ ମୋଟ ସାତ ଜଣ ଜିଏସଟି ଅଫିସର ଏକକାଳୀନ ଘର ଏବଂ ଦୋକାନରେ ଚଢ଼ାଉ ଜାରି ରଖିଛନ୍ତି ।

ଚଢ଼ାଉରେ ଡେ଼ପୁଟି କମିଶନର ଶ୍ରୀ ମେହେରଙ୍କ ସହିତ ଆସିଷ୍ଟାଣ୍ଟ କମିଶନର ରାଜେନ୍ଦ୍ର ନାଏକ, ଜିଏସଟି ଅଫିସର ଜିତେନ୍ଦ୍ରୀୟ ବାଗ, ଆସିଷ୍ଟାଣ୍ଟ ଜିଏସଟି ଅଫିସର ସରୋଜ ବେରିହା, ଏବଂ ବଲାଙ୍ଗୀର ସର୍କଲ ଅଫିସରୁ ଉମାଶଙ୍କର ମାଝୀ, ପୁର୍ନେନ୍ଦୁ ସବର, ଜ୍ୟୋତ୍ସ୍ନାରାଣୀ ମାଝୀ, ମଞ୍ଜୁଲତା ତାଣ୍ଡି ପ୍ରମୁଖ କାଗଜପତ୍ର ଯାଞ୍ଚ କରୁଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ରିଜର୍ଭ ପୋଲିସ ମୁତୟନ ହୋଇଛନ୍ତି।