ବଳିଆ ଯୋଜନାରେ ବୁଣାକାର ଓ ହସ୍ତତନ୍ତ କାରିଗରମାନଙ୍କ ପାଇଁ ଋଣ ସହାୟତା ରାଶି ବୃଦ୍ଧି  | News Room Odisha

ବଳିଆ ଯୋଜନାରେ ବୁଣାକାର ଓ ହସ୍ତତନ୍ତ କାରିଗରମାନଙ୍କ ପାଇଁ ଋଣ ସହାୟତା ରାଶି ବୃଦ୍ଧି 

ଭୁବନେଶ୍ୱର -ବୁଣାକାର ଓ ହସ୍ତତନ୍ତ କାରିଗରମାନଙ୍କ ପାଇଁ ଖୁସି ଖବର । ବଳିଆ ଯୋଜନାରେ ବୁଣାକାର ଓ ହସ୍ତତନ୍ତ କାରିଗରମାନଙ୍କ ଋଣ ସହାୟତା ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଋଣ ସହାୟତା ରାଶି ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଆଗରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ଦିଆଯାଉଥିଲା । ଏବେ ଏହାକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ରାଜ୍ୟରେ ୬୬, ୧୪୧ ବୁଣାକାର ପରିବାର ରହିଛନ୍ତି । ୧ ଲକ୍ଷ ୨୪ ହଜାର ୮୪ ଜଣ ବୁଣାକାର ଅଛନ୍ତି । ସେହିପରି ୫୬ ହଜାର ୫୬୯ ସଂଖ୍ୟକ ତନ୍ତ ରହିଛି ।