ଓଲଟି ପଡ଼ିଲା ଗୋରୁ ବୋଝେଇ କଣ୍ଟେନର : ୪ ମୃତ, ୩୦ରୁ ଅଧିକ ଗୋରୁଙ୍କ ପ୍ରାଣହାନି | News Room Odisha

ଓଲଟି ପଡ଼ିଲା ଗୋରୁ ବୋଝେଇ କଣ୍ଟେନର : ୪ ମୃତ, ୩୦ରୁ ଅଧିକ ଗୋରୁଙ୍କ ପ୍ରାଣହାନି

ସମ୍ବଲପୁର – ସମ୍ବଲପୁର ଜିଲ୍ଲା କଟାପାଲି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାର ୪ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଗୋରୁ ବୋଝେଇ କଣ୍ଟେନର ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ୩୦ରୁ ୪୦ ଗୋରୁଙ୍କ ମୃତ୍ୟୁ ଘଟିଛି। ଗୋରୁ ବୋଝେଇ କଣ୍ଟେନରଟି ଶହେରୁ ଅଧିକ ଗୋରୁ ନେଇ ବରଗଡ଼ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। କଟାପାଲି ନିକଟରେ କଣ୍ଟେନର ରାସ୍ତାକଡ଼କୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପୋଲିସ କଣ୍ଟେନରକୁ ଜବତ କରି ଘଟଣାର ତଦନ୍ତ କରୁଛି।