ବିଶ୍ୱ ବହିରାଗତ ପକ୍ଷୀ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା | News Room Odisha

ବିଶ୍ୱ ବହିରାଗତ ପକ୍ଷୀ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ଆଜି ହେଉଛି ବିଶ୍ୱ ବହିରାଗତ ପକ୍ଷୀ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଦେଶରୁ ଆସୁଥିବା ପକ୍ଷୀମାନେ ପ୍ରକୃତିର ଦୂତ ଓ ଜୈବିକ ସମ୍ଭାବନା କ୍ଷେତ୍ରରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶ୍ଵ ବହିରାଗତ ପକ୍ଷୀ ଦିବସରେ ଓଡ଼ିଶାର ସ୍ୱତନ୍ତ୍ର ଆର୍ଦ୍ର ଭୂମି ଓ ଜଳୀୟ ଜୈବିକ ବ୍ୟବସ୍ଥାର ସଂରକ୍ଷଣ ନେଇ ପ୍ରତିବଦ୍ଧତା ଉପରେ ଜୋର୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବାହାର ପକ୍ଷୀମାନଙ୍କ ଦ୍ୱାରା ବ୍ୟବହୃତ ଜଳୀୟ ପଥ, ବାସସ୍ଥଳୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ବି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।