ଆଜି ଠାରୁ ଆରମ୍ଭ ହୋଇଛି ଆଶ୍ବିନ ଶୁକ୍ଳ ପକ୍ଷର ଶାରଦୀୟ ନବରାତ୍ରି ପୂଜା। ଏଥର ନବରାତ୍ରି ୧୬ ତାରିଖ ରୁ ଅନୁଷ୍ଠିତ ହୋଇ ଆସନ୍ତା ୨୩ ତାରିଖରେ ସମାପନ ହେବ। ନବରାତ୍ରିର ପ୍ରଥମ ଦିନ ପୂଜା- ପାଠ ରେ ଅନେକ କଥାପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ।
ନବରାତ୍ରିର ପ୍ରଥମ ଦିନ ମା’ଙ୍କ ଶୈଳପୁତ୍ରୀ ସ୍ବରୂପଙ୍କ ଉପାସନା ହୋଇଥାଏ। ହିମାଳୟଙ୍କ ପୁତ୍ରୀ ହେବାର କାରଣ ତାଙ୍କୁ ଶୈଳପୁତ୍ରୀ କୁହାଯାଏ। ପୂର୍ବ ଜନ୍ମରେ ତାଙ୍କ ନାଁ ସତୀ ଥିଲା ଏବଂ ସେ ଭଗବାନ ଶିବଙ୍କ ପତ୍ନୀ ଥିଲେ। ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କ ଅପମାନ କରିଥିଲେ ଏହି କାରଣ ଯୋଗୁଁ ସତୀ ନିଜକୁ ଯଜ୍ଞକୁଣ୍ଡରେ ଭସ୍ମ କରି ଦେଇଥିଲେ।
ନବରାତ୍ରିର ପ୍ରଥମ ଦିନ ମା ଶୈଳପୁତ୍ରୀଙ୍କ ବିଗ୍ରହ କିମ୍ବା ଚିତ୍ରକୁ କାଠର ପଟାରେ ଲାଲ କିମ୍ବା ଧଳା ବସ୍ତ୍ର ବିଛାଇ ସ୍ଥାପିତ କରନ୍ତୁ। ମା ଶୈଳପୁତ୍ରୀଙ୍କୁ ଧଳାବସ୍ତୁ ଅତ୍ୟନ୍ତ ପ୍ରିୟ। ଏହି କାରଣରୁ ମା ଶୈଳପୁତ୍ରୀଙ୍କୁ ଧଳା ବସ୍ତ୍ର କିମ୍ବା ଧଳା ଫୁଲ ଅର୍ପଣ କରନ୍ତୁ ଏବଂ ଧଳା ବର୍ଫି ଭୋଗ ଲଗାନ୍ତୁ। ମା ଶୈଳପୁତ୍ରୀଙ୍କ ଆରାଧନା ଦ୍ବାରା ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ ଏବଂ କନ୍ୟାଙ୍କୁ ଉତ୍ତମ ବର ମିଳିଥାଏ। ନବରାତ୍ରିର ପ୍ରଥମ ଦିନ ଉପାସନାରେ ସାଧକ ନିଜ ମନକୁ ମୂଳାଧାର ଚକ୍ରରେ ସ୍ଥିତ କରିଥାନ୍ତି। ଶୈଳପୁତ୍ରୀଙ୍କ ପୂଜା କରିବା ଦ୍ବାରା ମୂଳାଧାର ଚକ୍ର ଜାଗୃତ ହୋଇଥାଏ ଏବଂ ତାଙ୍କୁ ସିଦ୍ଧି ପ୍ରାପ୍ତି ହୋଇଥାଏ। ଜୀବନର ସମସ୍ତ କଷ୍ଟ ,କ୍ଳେଶ ଏବଂ ନକରାତ୍ମକ ଶକ୍ତି ନାଶ ପାଇଁ ଗୋଟିଏ ପାନପତ୍ରରେ ଲବଙ୍ଗ, ଗୁଆ, ମିଶ୍ରି ରଖି ମା ଶୈଳପୁତ୍ରୀଙ୍କୁ ଅର୍ପଣ କରନ୍ତୁ।
ମାତା ଶୈଳପୁତ୍ରୀଙ୍କ ପୂଜା ଦ୍ବାରା ସୂର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ମା ଶୈଳପୁତ୍ରୀଙ୍କୁ ଗାଈର ଶୁଦ୍ଧ ଘିଅର ଭୋଗ ଲଗାଇବା ଉଚିତ୍। ଏହା ଦ୍ବାରା ଉତ୍ତମ ସ୍ବାସ୍ଥ୍ୟ ଏବଂ ମାନ ସମ୍ମାନ ମିଳିଥାଏ।
ନବରାତ୍ରୀର ପ୍ରଥମ ଦିନରେ ମାଆ ଶୈଳପୁତ୍ରୀଙ୍କ ଫଟୋକୁ ଲାଲ କିମ୍ୱା ଧଳା ବସ୍ତ୍ରରେ ସ୍ଥାପନା କରି ପୂଜାର୍ଚ୍ଚନା କରାଯାଏ । ମାଆଙ୍କର ପ୍ରିୟ ରଙ୍ଗ ଧଳା ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମାଆଙ୍କୁ ଧଳା ଫୁଲ ଅର୍ପଣ କରାଯାଏ ଓ ଧଳା ମିଠା ଭୋଗ ଲଗାଯାଏ । ମାଆ ଶୈଳପୁତ୍ରୀଙ୍କୁ ପୂଜା କଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ ହେବା ସହ କନ୍ୟାମାନଙ୍କୁ ଉତ୍ତମ ବର ମିଳିଥାଏ । ମାଆଙ୍କ ଆର୍ଶିବାଦରୁ କଲ୍ୟାଣ ହୋଇଥାଏ ଓ ମନ ଶାନ୍ତ ରହେ ।
ମାଆ ଶୈଳପୁତ୍ରୀଙ୍କୁ ପୂଜା କରିବା ଦ୍ୱାରା ଅନେକ ସିଦ୍ଧ ପ୍ରାପ୍ତ ହୋଇଥାଏ । ଜୀବନର ସମସ୍ତ କଷ୍ଟ ଓ ଦୁଃଖ ଦୂର ହୋଇଥାଏ । ମାଆଙ୍କୁ ପାନ ପତ୍ରରେ ଲବଙ୍ଗ ଓ ମିଶ୍ରି ଅର୍ପଣ କଲେ ନକରାତ୍ମକ ଶକ୍ତିର ବିନାଶ ହୋଇଥାଏ । କଳଶ ସ୍ଥାପନା କରି ଆଶ୍ୱିନ ଶୁକ୍ଲା ପ୍ରତିପଦାରେ ମାଆଙ୍କର ପୂଜା ଆରମ୍ଭ କରାଯାଏ । ପୀଠଦେବୀ ମାନଙ୍କ ପାଖରେ ସ୍ୱତନ୍ତ୍ର ଷୋଡଶ ଉପଚାର ପୂଜା ସହିତ ମହାସ୍ନାନ ଓ ଚଣ୍ଡୀ ପାଠର ବ୍ୟବସ୍ଥା ରହିଥାଏ।