ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗତ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକଙ୍କୁ ସ୍ମରଣ କରି ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି। ଡକ୍ଟର ଏପିଜେ ଅବଦୁଲ କଲାମ ଜଣେ ମହାନ ବୈଜ୍ଞାନିକ, ଶିକ୍ଷକ, ଲେଖକ ଓ ସୁବକ୍ତା ଥିଲେ । ଭାରତର ମହାକାଶ ଓ କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମରେ ଡକ୍ଟର କଲାମଙ୍କ ଉଲ୍ଲେଖନୀୟ ଅବଦାନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି। ସ୍ୱର୍ଗତ ରାଷ୍ଟ୍ରପତିଙ୍କ ବିନମ୍ରତା ଓ ସଫଳତା ଆଗାମୀ ପିଢିଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।