ଜାରି ହେଲା ଓଡ଼ିଶା ଆପାର୍ଟମେଣ୍ଟ ( ମାଲିକାନା ଓ ପରିଚାଳନା) ଚିଠା ନିୟମ | News Room Odisha

ଜାରି ହେଲା ଓଡ଼ିଶା ଆପାର୍ଟମେଣ୍ଟ ( ମାଲିକାନା ଓ ପରିଚାଳନା) ଚିଠା ନିୟମ

ଭୁବନେଶ୍ୱର – ଓଡ଼ିଶା ଆପାର୍ଟମେଣ୍ଟ ( ମାଲିକାନା ଓ ପରିଚାଳନା ) ଚିଠା ନିୟମ ଜାରି ହୋଇଛି।
ଓଡ଼ିଶା ଆପାର୍ଟମେଣ୍ଟ ଆଇନ – ୨୦୨୩ ଅଧୀନରେ ଏହି ଚିଠା ନିୟମ ଜାରି ହୋଇଛି । ଓଡ଼ିଶା ଆପାର୍ଟମେଣ୍ଟ ବିଲ୍ -୨୦୨୩ ବିଧାନସଭାର ମୌସୁମୀ ଅଧିବେଶନରେ ଆସିଥିଲା । ଚିଠା ନିୟମ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚିଠା ନିୟମରେ ଆପାର୍ଟମେଣ୍ଟ କ୍ରେତାଙ୍କ ଆସୋସିଏସନ୍‌ ଗଠନର ବାଇ ଲ’ ରହିଛି । ଚିଠା ଚିଠା ନିୟମ ଜାରି ସହ ଲୋକମାନଙ୍କର ମତାମତକୁ ଅପେକ୍ଷା କରାଯିବ । ଅକ୍ଟୋବର ୧୩ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଛି । ୩୦ ଦିନ ମଧ୍ୟରେ ଲୋକେ ମତାମତ ଦେଇପାରିବେ ।ଚିଠା ନିୟମ ଲାଗୁ ହେଲେ ଆପାର୍ଟମେଣ୍ଟ କିଣାବିକା ନେଇ ବାଟ ଖୋଲିବ ।