ଟ୍ରକ୍ - ବୋଲେରୋ ମୁହାଁମୁହିଁ ଧକ୍କା, ୨ ମୃତ | News Room Odisha

ଟ୍ରକ୍ – ବୋଲେରୋ ମୁହାଁମୁହିଁ ଧକ୍କା, ୨ ମୃତ

ବଲାଙ୍ଗୀର – ବଲାଙ୍ଗିର ଜିଲ୍ଲାରେ ସଡ଼କ ଦୁର୍ଘଟଣା ।ବଙ୍ଗୋମୁଣ୍ଡା- ଭାଲୁମୁଣ୍ଡା ରାସ୍ତା ଫୁଗୁଡା ଛକରେ ଆଜି ସକାଳେ ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଆଜି ସକାଳେ ଟ୍ରକଟି ରାୟପୁରରୁ ବଙ୍ଗୋମୁଣ୍ଡା ଅଭିମୁଖେ ଯାଉଥିଲା। ସେତେବେଳେ ବରଗଡ଼ ଜିଲ୍ଲା ଗାଇସିଲେଟ ଗାଁରୁ ଚାରିଜଣ ଯାତ୍ରୀ ଏକ ବୋଲେରୋରେ ନୂଆପଡ଼ା ଜିଲ୍ଲାର ସିନାପାଲି ଆସୁଥିଲେ। ଫୁଗୁଡା ଛକରେ ଟ୍ରକ୍- ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ବୋଲେରୋଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ବୋଲେରୋରେ ଥିବା ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ। ଅଗ୍ନିଶମ ବାହିନୀ ଓ ପୁଲିସ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।