ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ | News Room Odisha

ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ

ଭୁବନେଶ୍ୱର – ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ ହୋଇଯାଇଛି। ଯୁଧିଷ୍ଠିରଙ୍କ ମୃତ୍ୟୁ ନେଇ ତାଙ୍କ ଭାଇ ସୂଚନା ଦେଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୧୯୯୫ ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ଟିକେଟରେ ଲଢି ବିଜୟୀ ହୋଇଥିଲେ । ସେ ବ୍ଲକ ଚେୟାରମ୍ଯାନ ମଧ୍ୟ ଥିଲେ ।