କନ୍ଧମାଳ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ "ମହକ' ପାଳିତ | News Room Odisha

କନ୍ଧମାଳ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ’ ପାଳିତ

ଫୁଲବାଣୀ: ଛାତ୍ର ଛାତ୍ରୀ ମାନଙ୍କ ଠାରେ ଭରି ରହିଛି ଅନେକ ପ୍ରତିଭା ଏବଂ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ମାଧ୍ୟମରେ ଏପରି ଶିଶୁ ପ୍ରତିଭାଙ୍କର ବିକାଶ ହୋଇପାରୁଛି ବୋଲି ଆଜି ଅନୁଷ୍ଠିତ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ମତ ପ୍ରକାଶ କରିଛନ୍ତି ବକ୍ତା।

ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ମହକ୍ ସ୍ଥାନୀୟ ସରକାରୀ ବି ଏଡ୍ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୫ ରୁ ଅଧିକ ଶିଶୁ ଯତ୍ନ ଅନୁଷ୍ଠାନର ୨୫୦ରୁ ଅଧିକ ଛାତ୍ରଛାତ୍ରୀ ନୃତ୍ୟ, ସଙ୍ଗୀତ, ଚିତ୍ରକଳା,ତର୍କ,ପ୍ରବନ୍ଧ ପ୍ରଭୃତି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବ୍ଲକ୍ ସ୍ଥରରେ ଅନୁଷ୍ଠିତ ପ୍ରତିଯୋଗିତା ପରେ ଫୁଲବାଣୀରେ ଜିଲ୍ଲାସ୍ତରୀୟ ଉତ୍ସବ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପ୍ରତିଯୋଗିତା ମାନଙ୍କରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ।

ଜିଲ୍ଲା ଡିସିପିୟୁ ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ଏହି ଶିଶୁ ମହୋତ୍ସବର ଉଦଯାପନୀ ଉତ୍ସବରେ ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ପ୍ରତିଭା ଅସୀମ ଓ ଅଦ୍ଭୁତ ବୋଲି ମତ ବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଦିପ୍ତିମୟୀ ପ୍ରଧାନ, ବି ଏଡ୍ କଲେଜ ଅଧ୍ୟକ୍ଷ ଈଶ୍ୱର ପଟେଲ,ପି ଓ ଜୟଶ୍ରୀ ପ୍ରଧାନ,ଡିସିପିଓ ରଶ୍ମିତା କରନ୍,ଜିଲ୍ଲା ଶିଶୁ ମଙ୍ଗଳ ସମିତିର ରଜତ ଦିଗାଲ,ମମତା ଦାସ,ସଦାଶିବ ପାତ୍ର,ରାମଚନ୍ଦ୍ର ପରିଡ଼ା,ପ୍ରସନ୍ନ ବିସେଇ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ଏହି ଅବସରରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ପିଓ ଆଇ ସି ସୁନିଲ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।