ଦୁଇ ଦଶକରେ ରାଜ୍ୟରେ ଦାରିଦ୍ର୍ୟ ହାର ନିମ୍ନଗାମୀ: ମୁଖ୍ୟମନ୍ତ୍ରୀ | News Room Odisha

ଦୁଇ ଦଶକରେ ରାଜ୍ୟରେ ଦାରିଦ୍ର୍ୟ ହାର ନିମ୍ନଗାମୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଓଡ଼ିଶାର ରୂପାନ୍ତରୀକରଣ ନୀତି ଓ ଲକ୍ଷିତ ପଦକ୍ଷେପର ଫଳସ୍ୱରୂପ ରାଜ୍ୟରେ ଗତ ଦୁଇ ଦଶକରେ ଦାରିଦ୍ର୍ୟ ହାର ଦ୍ରୁତ ହ୍ରାସ ପାଇଛି। ଆଜି ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ସମାବେଶୀ ପଦକ୍ଷେପ ଗ୍ରହଣ କରି ଦାରିଦ୍ର୍ୟ ଦୂରୀକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ। ସମସ୍ତଙ୍କୁ ଯେପରି ବିକାଶର ସୁଫଳ ମିଳିବ ଓ ସମ୍ମାନର ସହ ବଞ୍ଚିବେ, ସେ ଦିଗରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ।