ବଳାତ୍କାର ମାମଲାରେ ବିଜେପି ନେତା ଶାହନୱାଜ ହୁସେନ୍‌ଙ୍କୁ ଆଶ୍ବସ୍ତି | News Room Odisha

ବଳାତ୍କାର ମାମଲାରେ ବିଜେପି ନେତା ଶାହନୱାଜ ହୁସେନ୍‌ଙ୍କୁ ଆଶ୍ବସ୍ତି

ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ବଳାତ୍କାର ଓ ଧମକ ଅଭିଯୋଗରେ ବିଜେପି ନେତା ସୟଦ ଶାହନୱାଜ ହୁସେନଙ୍କ ବିରୋଧରେ ଜାରି ସମନ ଉପରେ ଏକ ସ୍ବତନ୍ତ୍ର କୋର୍ଟ ରୋକ୍ ଲଗାଇଛନ୍ତି ।

ଏହି ମାମଲାରେ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ କୋର୍ଟ ହୁସେନ୍‌ଙ୍କୁ ଅକ୍ଟୋବର ୨୦ରେ ହାଜର ହେବାକୁ ସମନ ଜାରି କରିଥିଲେ । ହେଲେ ଏହା ବିରୋଧରେ ହୁସେନଙ୍କ ଆବେଦନ ଉପରେ ସ୍ୱତନ୍ତ୍ର ଜଜ୍ ଏମ୍.କେ ନାଗପାଲ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇଛନ୍ତି । ଏହାଛଡା ସ୍ବତନ୍ତ୍ର ଜଜ୍ ଅଭିଯୋଗକାରିଣୀ ମହିଳାଙ୍କୁ ନୋଟିସ୍ ଜାରି କରି ନଭେମ୍ବର ୮ ସୁଦ୍ଧା ଜବାବ ମାଗିଛନ୍ତି।

ଏପ୍ରିଲ ୨୦୧୮ ରେ ହୁସେନ ଦିଲ୍ଲୀ ସ୍ଥିତ ଫାର୍ମ ହାଉସରେ ନିଶା ଦେଇ ତାଙ୍କୁ ବଳାତ୍କାର କରିଥିଲେ ମହିଳା ଜଣକ ଅଭିଯୋଗ କରିଥିଲେ । ହେଲେ ହୁସେନ ଏଭଳି ଅଭିଯୋଗକୁ ଉଦ୍ଦେଶ୍ୟ ପ୍ରଣୋଦିତ କହି ଖଣ୍ଡନ କରିଥିଲେ