ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମ୍ପ୍ରସାରିତ କୋଠା ଉଦଘାଟିତ | News Room Odisha

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମ୍ପ୍ରସାରିତ କୋଠା ଉଦଘାଟିତ

ଭୁବନେଶ୍ବର – ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ସମ୍ପ୍ରସାରିତ କୋଠା ଉଦଘାଟିତ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ସଂପ୍ରସାରିତ କୋଠା ଉଦଘାଟନ କରିଛନ୍ତି।ସେ କହିଛନ୍ତି ଯେ,ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ୍ ରହିଛି। ସେଥିପାଇଁ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ କଲେଜକୁ ଗୋଟେ ଛାତ ତଳକୁ ଅଣାଯାଇଛି। ଏହାଦ୍ୱାରା ରାଜ୍ୟରେ ଥିବା ସମୁଦାୟ ୨୮୩ କଲେଜର ମେଡିକାଲ, ହୋମିଓପାଥି, ଆୟୁର୍ବେଦ, ଫିଜିଓଥେରାପି, ଲବୋରେଟୋରୀ ଟେକନିସିଆନ ପରି ୯ଟି ବିଷୟବସ୍ତୁ ଏହି ବିଶ୍ଵବିଦ୍ୟାଳୟ ଅଧୀନକୁ ଆସିଛି। ଏଠାରେ ରିସର୍ଚ୍ଚ ଓ ଟ୍ରେନିଂକୁ ଅଧିକ ଗୁରୁତ୍ୱ ଦିଆଯିବ। ଆଗକୁ ଅବସରପ୍ରାପ୍ତ ସୁନାମଧନ୍ୟ ଡାକ୍ତରଙ୍କୁ ନେଇ ରିଫ୍ରେସର ମେମୋରୀ କୋର୍ସ କରାଯିବ। ଗତ ୧୬ ତାରିଖରେ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମ ପରିଷଦର ପ୍ରଥମ ବୈଠକ ବସିଥିଲା। ଆଜି ପ୍ରଥମ କାର୍ଯ୍ୟକାରୀ ସମିତି ବୈଠକ ପରିଚାଳିତ ହୋଇଛି।