ଆଜି ରାଜ୍ୟ କ୍ୟାବିନେଟ ବୈଠକ | News Room Odisha

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର – ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ । ଆଜିର ବୈଠକରେ ୧୨ ରୁ ଅଧିକ ପ୍ରସ୍ତାବ ଉପରେ ଆଲୋଚନା ହୋଇ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି। ମେଟ୍ରୋ ଟ୍ରେନ୍, କ୍ୟାଡର୍ ପୁନଃଗଠନ ସହ ନଗର ଉନ୍ନୟନ, ଗଣଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭାଗର ପ୍ରସ୍ତାବ ଆସିବ । ନିକଟରେ ରାଜ୍ୟ ସରକାର ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟ ବରାଦ କରିବା ସହ ଡିପିଆରକୁ ମଧ୍ୟ ଅନୁମୋଦନ ଦେଇଛନ୍ତି । ୪ ବର୍ଷ ଭିତରେ ମେଟ୍ରୋ ପ୍ରକଳ୍ପକୁ ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।