ପିପିଲି ଟୋଲ୍ ପ୍ଲାଜା ଫାଙ୍କା ଗୁଳିଚାଳନା ଘଟଣାରେ ୩ ଅଟକ | News Room Odisha

ପିପିଲି ଟୋଲ୍ ପ୍ଲାଜା ଫାଙ୍କା ଗୁଳିଚାଳନା ଘଟଣାରେ ୩ ଅଟକ

ପିପିଲି – ପିପିଲି ଟୋଲ ପ୍ଲାଜାରେ କର୍ମଚାରୀଙ୍କୁ ଆକ୍ରମଣ ଓ ଫାଙ୍କା ଗୁଳିଚାଳନା ଘଟଣାରେ ୩ ଜଣ ଦୁର୍ବୃତ୍ତଙ୍କୁ ଧରିଛି ପୋଲିସ । ସେମାନେ ଗାଡ଼ି ଛାଡ଼ି ଚମ୍ପଟ ମାରିବାକୁ ଉଦ୍ୟମ ବେଳେ ମାଡ଼ି ବସିଥିଲା ପୋଲିସ ।

ଟୋଲ ଗେଟ୍ କର୍ମଚାରୀଙ୍କ ସହ ବଚସା ପରେ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ। ସେମାନେ ୨ ରାଉଣ୍ଡ ଗୁଳିମାଡ଼ କରିବା ପରେ ଚମ୍ପଟ ମାରିଥିଲେ । ଏକ କାରରେ ଦୁର୍ବୃତ୍ତମାନେ ଭୁବନେଶ୍ବରରୁ ଆସି ପୁରୀ ଅଭିମୁଖେ ଯାଉଥିଲେ । ଆଉ କିଛି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ ।