ବନ୍ଧା ହେଲେ କୋଟିପତି କନିଷ୍ଠ ଯନ୍ତ୍ରୀ | News Room Odisha

ବନ୍ଧା ହେଲେ କୋଟିପତି କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କୋଟିପତି କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣିଙ୍କୁ ଗିରଫ କରାଯାଇଛି। ତାଙ୍କର ବିଭିନ୍ନ ଠିକଣାରେ ଗତକାଲି ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢ଼ାଉ ବେଳେ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। କେବଳ ଭୁବନେଶ୍ବରରେ ହିଁ ୩ ମହଲା ବିଶିଷ୍ଟ ୫ଟି କୋଠା ଠାବ କରିଛି ଭିଜିଲାନ୍ସ। ୨୬ଟି ଜମି, ୬୪.୧୮ ଲକ୍ଷ ଟଙ୍କାର ଜମା ମଧ୍ୟ ଠାବ କରିଛି ଭିଜିଲାନ୍ସ।

ପାଲଲହଡ଼ା ବିଇଓ ଅଫିସ୍ ର କନିଷ୍ଠ ଯନ୍ତ୍ରୀ ହେଉଛନ୍ତି ପ୍ରସନ୍ନ କୁମାର ପାଣି । ବିଇଓ ଅଫିସରେ ବୈଷୟିକ ପରାମର୍ଶଦାତା ଭାବେ ସେ କାର୍ଯ୍ୟରତ। ଗତକାଲି ପ୍ରସନ୍ନ କୁମାର ପାଣିଙ୍କ ଘର ଓ କାର୍ଯ୍ୟାଳୟ ସମେତ ଅନୁଗୁଳ, ପୁରୀ ଓ ଭୁବନେଶ୍ୱରରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ।