ନବରାତ୍ରୀର ଷଷ୍ଠ ଦିବସ- ଦେବୀ ଦୁର୍ଗା ଆଜି କାତ୍ୟାୟନୀ ରୂପରେ ଆରାଧିତ ହେବେ | News Room Odisha

ନବରାତ୍ରୀର ଷଷ୍ଠ ଦିବସ- ଦେବୀ ଦୁର୍ଗା ଆଜି କାତ୍ୟାୟନୀ ରୂପରେ ଆରାଧିତ ହେବେ

ପବିତ୍ର ନବରାତ୍ରିର ଆଜି ହେଉଛି ଷଷ୍ଠ ଦିନ।ଏହିଦିନ ଦେବୀ ଦୁର୍ଗା ମାଆ କାତ୍ୟାୟନୀ ରୂପରେ ପୂଜା ପାଇବେ । ଦେବୀଙ୍କ କାତ୍ୟାୟନୀ ନାମ ପଛରେ ରହିଛି ଏକ ସୁନ୍ଦର ପୌରାଣିକ କାହାଣୀ।

ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ। ଭଗବାନ କୃଷ୍ଣଙ୍କୁ ପତି ରୂପେ ପାଇବା ପାଇଁ ବ୍ରଜର ଗୋପୀ ମାନେ ତାଙ୍କୁ ଯମୁନା ତଟରେ ପୂଜା କରିଥିଲେ। ଏହା ବ୍ରଜ ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀଙ୍କ ସ୍ୱରୁପରେ ପ୍ରତିଷ୍ଠିତ ରହିଛନ୍ତି। ମାଆ କାତ୍ୟାୟନୀଙ୍କ ସ୍ୱରୂପ ଅତ୍ୟନ୍ତ କଲ୍ୟାଣକାରୀ ଅଟେ। ତାଙ୍କର ଚାରିଟି ଭୂଜା ରହିଛି। ମାତାଙ୍କ ଡାହାଣ ପାର୍ଶ୍ଵ ଉପର ହାତ ଅଭୟ ମୁଦ୍ରାରେ ତଥା ଅଭୟ ମୁଦ୍ରା ରେ ତଥା ତଳ ପାର୍ଶ୍ଵ ବରମୁଦ୍ରା ରେ ରହିଛି। ବାମ ପାର୍ଶ୍ୱରେ ଥିବା ଉପର ହାତରେ ଖଣ୍ଡା ଏବଂ ତଳ ପାର୍ଶ୍ୱରେ ଥିବା ହାତରେ କମଳ ପୁଷ୍ପ ସୁଶୋଭିତ ଅଟେ। ତାଙ୍କର ବାହନ ସିଂହ ଅଟେ।

ପୂଜା ପଦ୍ଧତି- ପୂଜା ଆରମ୍ଭ କରିବା ସମୟରେ, ହାତରେ ସୁଗନ୍ଧିତ ପୁଷ୍ପ ଦେଇ ଦେବୀଙ୍କୁ ଆବାହନ କରାଯାଏ। ଏହାପରେ ଷୋଡ଼ଶ ଉପଚାର ବିଧିରେ ପୂଜା ସମ୍ପର୍ଣ୍ଣ ପରେ ମା’ଙ୍କୁ ସମସ୍ତ ଶୃଙ୍ଗାର ସାମଗ୍ରୀ ଅର୍ପଣ କରାଯାଏ। ଆଜିର ଦିନରେ ମାଙ୍କୁ ମଧୁ ବା ମହୁ ବିଶେଷ କରି ଅର୍ପଣ କରାଯାଏ। କାରଣ ମା ହେଉଛନ୍ତି ମଧୁ ପ୍ରିୟ।

ମା କାତ୍ୟାୟନୀ ଙ୍କ ମନ୍ତ୍ର-
“ଚନ୍ଦ୍ର ହସୋଜ୍ଜୱାଲକରା ଶାର୍ଦୁଲବର୍ ବାହନା ।
କାତ୍ୟୟନି ଶୁଭଂଦଦ୍ୟା ଦେବୀ ଦାନବଘାତିନୀ ।।”

ବିବାହ ହୋଇପାରୁନଥିବା ଯୁବତୀ ମାନେ ମାଆଙ୍କ ଆରାଧନା କଲେ ତାଙ୍କୁ ମନ ଲାଖି ସ୍ୱାମୀ ମିଳିବା ସହିତ ତାଙ୍କର ଜାତକରେ ଥିବା ମଙ୍ଗଳ ଦୋଷ ମଧ୍ୟ ନାଶ ହୋଇଥାଏ। ଏହାସହିତ ଆଜି ମାଙ୍କୁ ବିଲ୍ଵବୃକ୍ଷ ମୂଳରେ ପୂଜା କରିବାର ବିଧାନ ରହିଛି। ତେଣୁ ଆଜି ବିଶେଷ ନୀତି ବିଲ୍ଵ ବରଣ କରାଯାଇଥାଏ ।