ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଡିଏ,ଟିଆଇ ବୃଦ୍ଧି | News Room Odisha

ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଡିଏ,ଟିଆଇ ବୃଦ୍ଧି

ଭୁବନେଶ୍ବର – ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପୂଜା ଭେଟି । ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ଓ ଟିଆଇରେ ଅତିରିକ୍ତ ୪ ପ୍ରତିଶତ ଲେଖାଏଁ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଘୋଷଣା ଦ୍ୱାରା ଡିଏ ଓ ଟିଆଇ ବର୍ତ୍ତମାନର ୪୨ରୁ ୪୬ ପ୍ରତିଶତ ବୃଦ୍ଧି ପାଇବ । ସରକାରୀ କର୍ମଚାରୀମାନେ ବର୍ଦ୍ଧିତ ଭତ୍ତା ଏହି ବର୍ଷ ଜୁଲାଇରୁ ପିଛିଲା ଭାବେ ପାଇବେ । ସରକାରଙ୍କ ଏହି ଘୋଷଣା ଦ୍ୱାରା ସାଢେ ୪ ଲକ୍ଷ ସରକାରୀ କର୍ମଚାରୀ ଓ ସାଢେ ୩ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।